ଦୁନିଆ ଛାଡିଲେ, ୪ ଜଣଙ୍କୁ ନୂଆ ଜୀବନ ଦେଇଗଲେ ରାଜକୁମାର

କନ୍ନଡ ସିନେମାର ଅଭିନେତା ପୁନିତ ରାଜକୁମାର ଜଣେ ଅଭିନେତା ତଥା ସାମାଜିକ କର୍ମୀ ମଧ୍ୟ ଥିଲେ। ଗତ ଅକ୍ଟୋବର ୨୯ରେ ୪୬ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଥିଲେ। ପୁନିତ ତାଙ୍କ ମୃତ୍ୟୁ ପରେ ଆଖି ଦାନ କରିଥିଲେ। ଏହି କାରଣରୁ ଏବେ ଚାରିଜଣଙ୍କୁ ନୂଆ ଜୀବନ ପାଇଛନ୍ତି। ଏବେ ସେମାନେ ଏକ ସୁନ୍ଦର ଦୁନିଆକୁ ଦେଖିପାରିବେ।
ପୁନିତ ରାଜକୁମାର ଦାନ କରିଥିବା ଚକ୍ଷୁ ଚାରିଜଣଙ୍କୁ ଦିଆଯାଇଛି। ଏଥିରେ ୩ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି। ଗତ ଦୁଇ ଦିନ ମଧ୍ୟରେ ତାଙ୍କ ଆଖି ନାରାୟଣ ନେଥ୍ରାୟାଠାରେ ଅସ୍ତ୍ରୋପଚାର କରାଯାଇଛି। ଏହା ସହିତ ପୁନିତ ତାଙ୍କ ପରିବାରର ତୃତୀୟ ସଦସ୍ୟ, ଯିଏ ମୃତ୍ୟୁ ପରେ ଆଖି ଦାନ କରିଛନ୍ତି। ୨୦୦୬ ରେ ତାଙ୍କ ବାପା ଡକ୍ଟର ରାଜକୁମାର ଏବଂ ୨୦୧୭ ରେ ମା ପାର୍ବଥମ୍ମା ଆଖି ଦାନ କରିଥିଲେ।

Share