ନୂଆଦିଲ୍ଲୀ, ୨।୫: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ତଥା ଯୌନ ଉତ୍ପୀଡ଼ନର ଅଭିଯୁକ୍ତ ବ୍ରିଜ୍ ଭୂଷଣ ସିଂ ରେସଲର୍ମାନଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ଆଣିିଛନ୍ତି। ସେ କହିଛନ୍ତି ଯେ, ପସ୍କୋ ଅଧିନିୟମ ଅନୁଯାୟୀ ମୋ ଉପରେ ନିର୍ଯାତନା ଅଭିଯୋଗ କରିବା ଲାଗି ବଜରଙ୍ଗ ପୁନିଆ ଗୋଟିଏ ନାବାଳିକାର ବ୍ୟବସ୍ଥା କରିଥିଲେ।
ବ୍ରିଜ୍ ଭୂଷଣ କହିଛନ୍ତି ଯେ, ଏହି ମାମଲାର ଯାଞ୍ଚ ପାଇଁ ଯେଉଁ କମିଟି ଗଠନ କରାଯାଇଥିଲା ସେଥିରେ ନାବାଳିକା ଜଣକ ଏ ଯାଏ ସାକ୍ଷୀ ଦେଇନାହାନ୍ତି। ମୁଁ କମିଟିରେ ଏକ ଅଡିଓ କ୍ଲିପ ଦାଖଲ କରଛି। ଯେଉଁଥିରେ ବଜରଙ୍ଗ ପୁନିଆ ଜଣେ ବ୍ୟକ୍ତିଙ୍କୁ ନାବାଳିକାର ବ୍ୟବସ୍ଥା କରିବାକୁ କହୁଛନ୍ତି। ତିନିମାସ ପରେ ସେମାନେ ନାବାଳିକାର ବ୍ୟବସ୍ଥା କଲେ ଏବଂ ଏକ ନୂଆ ଅଭିଯୋଗ ଆଣିଲେ।
ସେ କହିଛନ୍ତି, ବିରୋଧ ପ୍ରଦର୍ଶନକୁ ରାଜନୀତିକରଣ କରାଯାଇଛି। ବ୍ରିଜ୍ ଭୂଷଣ ଦାବି କରିଛନ୍ତି ଯେ, ଶାହିନବାଗ ଏବଂ କୃଷକ ଆନ୍ଦୋଳନରେ ଯେଉଁ ଚିନ୍ତାଧାରା ସକ୍ରିୟ ଥିଲା ତାହା ପୁଣି ଏବେ ଦେଖାଯାଉଛି। ମୁଁ କେବଳ ଏକ ବାହାନା ମାତ୍ର, ସେମାନେ ଭାଜପାକୁ ହିଁ ଟାର୍ଗେଟ କରୁଛନ୍ତି।