Advertisement

ହିଜାବ ନ ପିନ୍ଧିବାରୁ ମୁର୍ଦାଘରେ ମୃତଦେହ ସଫା କରିବା ଦଣ୍ଡାଦେଶ…

ତେହେରାନ,୭।୮ : ଇରାନ ସରକାର ହିଜାବ ପିନ୍ଧୁ ନ ଥିବା ମହିଳାଙ୍କ ପାଇଁ ନୂଆ ନୂଆ ଦଣ୍ଡାଦେଶ ଘୋଷଣା କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳାମାନେ ଯେତେ ଅଧିକ ନିୟମ ଉଲ୍ଲଂଘନ କରୁଛନ୍ତି, ସରକାର ସେତେ ଅଧିକ ଏହାକୁ କଡାକଡି କରୁଛନ୍ତି। ଇରାନ ଅଭିନେତ୍ରୀ ଆଫସାନେ ବେଗାନଙ୍କୁ ମଧ୍ୟ ଦୁଇ ବର୍ଷ ଜେଲ ଦଣ୍ଡ ଦିଆଯିବା ସହିତ ପରାମର୍ଶ ପାଇଁ ପ୍ରତି ସପ୍ତାହରେ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତୀତରେ ଅଭିନେତ୍ରୀ ହିଜାବ ନ ପିନ୍ଧି ସୋସିଆଲ ମିଡିଆରେ ତାଙ୍କର ଅନେକ ଚିତ୍ର ପୋଷ୍ଟ କରିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହିଜାବ ନିୟମ ଉଲ୍ଲଂଘନ କରି ତେହେରାନ କୋର୍ଟ ଜଣେ ମହିଳାଙ୍କୁ ମୁର୍ଦ୍ଦାଘରେ ମୃତଦେହ ସଫା କରିବା ଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରକୃତରେ ମହିଳା ଜଣକ ହିଜାବ ବିନା କାର ଚଳାଉଥିଲେ।

ଇରାନ ସରକାରଙ୍କ ଏହି ପଦ୍ଧତି ଉପରେ ଇରାନର ମାନସିକ ରୋଗ ବିଶେଷଜ୍ଞମାନେ ମଧ୍ୟ ପ୍ରଶ୍ନ କରିଛନ୍ତି। ଇରାନର ମନସ୍ତତ୍ତ୍ୱବିତସଂଗଠନର ସଭାପତି ଗୁଲାମ ହୋସେନ ମୋହସେନି ଏଜି ମଧ୍ୟ ଇରାନର ସର୍ବୋଚ୍ଚ ବିଚାରପତିଙ୍କୁ ଲେଖିଥିବା ଚିଠିରେ ମାନସିକ ରୋଗ ବିଶେଷଜ୍ଞଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି। ଚିଠିରେ ଏହା ମଧ୍ୟ କୁହାଯାଇଛି ମାନସିକ ରୋଗର ନିରାକରଣ ହେଉଛି ମାନସିକ ରୋଗ ବିଶେଷଜ୍ଞଙ୍କ କାର୍ଯ୍ୟ ଏବଂ ବିଚାରପତିଙ୍କ ନୁହେଁ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share