ରାଞ୍ଚି,୧୫।୧୦ : ଯଦି ଦୋଷ କରିଛି ତେବେ ମୋତେ ଦଣ୍ଡବିଧାନ କରାଯାଉ ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି । ରାଞ୍ଚିଠାରେ ଶନିବାର ଏକ ଖବରଦାତା ସମ୍ମିଳନୀରେ ଅଫିସ ଅଫ୍ ପ୍ରଫିଟ୍ ମାମଲାରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ତାଙ୍କ ଯୋଗ୍ୟତା ସମ୍ପର୍କିତ ନିଷ୍ପତ୍ତିିକୁ ରାଜ୍ୟପାଳ କିଛି ସପ୍ତାହ ଧରି ଲଟକାଇ ରଖିଥିବା ନେଇ ପ୍ରଶ୍ନର ଉତ୍ତରରେ ହେମନ୍ତ କହିଛନ୍ତି ଯେ ଏହା ଦେଶର ପ୍ରଥମ ମାମଲା ଯେଉଁଥିରେ ଜଣେ ମୁଖ୍ୟମନ୍ତ୍ରୀ ତାଙ୍କୁ କେଉଁ ଦଣ୍ଡବିଧାନ କରାଯିବ ସେନେଇ ନିଜେ ଇଛା ପ୍ରକାଶ କରୁଛନ୍ତି। ରାଜ୍ୟପାଳଙ୍କ ନାମ ନ ନେଇ ସେ କହିଛନ୍ତି ମଁୁ ଯଦି ଦୋଷୀ ତେବେ ମୋତେ ଦଣ୍ଡ ବିଧାନ କରାଯାଉ। ଆଉ ଏହା ଦେଶର ଏକ ନିଆରା ଘଟଣା ବୋଲି ହେମନ୍ତ ଅଭିହିତ କରିଛନ୍ତି।