Categories: ଜାତୀୟ

ବଳାତ୍କାର-ହତ୍ୟା ମାମଲାରେ ଦଣ୍ଡାଦେଶ ହେବ ନାହିଁ କୋହଳ, ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୨୭।୭ : ଚାରି ବର୍ଷର ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡକୁ କୋହଳ କରିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ ପ୍ରାସଙ୍ଗିକ କାରଣଗୁଡ଼ିକୁ ଧ୍ୟାନରେ ରଖି ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଜଷ୍ଟିସ ୟୁୟୁ ଲଲିତ, ଜଷ୍ଟିସ ଏସ ରବିନ୍ଦ୍ର ଭଟ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଭାରତୀ ସ୍ତ୍ରୀ ଶକ୍ତି ନାମକ ଏକ ସଂସ୍ଥା ଦ୍ୱାରା ଦାଖଲ ହୋଇଥିବା ପୁନର୍ବିଚାର ଆବେଦନକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।

ଟ୍ରାଏଲ କୋର୍ଟ ଅଭିଯୁକ୍ତ ଫିରୋଜଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଫିରୋଜଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ ଏବଂ ମୃତ୍ୟୁଦଣ୍ଡକୁ କାଏମ୍‌ ରଖାଯାଇଥିଲା। ହାଇକୋର୍ଟଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଫିରୋଜଙ୍କ ଦୋଷକୁ କାଏମ୍‌ ରଖିଥିଲେ ମଧ୍ୟ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ।

ଏହା ପରେ ସୁପ୍ରିମକୋର୍ଟ କହିଥିଲେ, ଓସ୍କାର ୱାଇଲ୍ଡ ଯାହା କହିଛନ୍ତି ତାହା ଆମକୁ ସ୍ମରଣ ରଖିଛୁ। ସେ କହିଥିଲେ ଜଣେ ସାଧୁ ଏବଂ ପାପୀ ମଧ୍ୟରେ ଏକମାତ୍ର ପାର୍ଥକ୍ୟ ହେଉଛି ପ୍ରତ୍ୟେକ ସାଧୁଙ୍କର ଅତୀତ ରହିଥାଏ ଓ ପ୍ରତ୍ୟେକ ପାପୀଙ୍କର ଭବିଷ୍ୟତ ରହିଥାଏ।

Share