Categories: ଜାତୀୟ

ସମ୍ପୂର୍ଣ୍ଣ ସଜ୍ଜା କାଟି ସାରିଥିଲେ ବି ମୁକୁଳି ପାରୁ ନାହାନ୍ତି ୧,୦୩୧ କଏଦୀ

ନୂଆଦିଲ୍ଲୀ,୧୮ ।୯: ଦେଶର ବିଭିନ୍ନ ରାଜ୍ୟର ଜେଲ୍‌ରେ କଏଦୀ ଥିବା କେତେଜଣ କଏଦୀ ସେମାନଙ୍କର ସମ୍ପୂର୍ଣ୍ଣ ସଜ୍ଜା କାଟି ସାରିଥିଲେ ବି ଏପର୍ଯ୍ୟନ୍ତ ମୁକୁଳି ପାରୁ ନ ଥିବା ଜଣାପଡିଛି । ଅନ୍ରପଟେ ଆଉ କେତେଜଣ କଏଦୀ କେବେ ମୁକୁଳିବେ ସେହି ସମୟକୁ ଚାର୍ହି ବସିଛନ୍ତି । ଉତ୍ତର ପ୍ରଦେଶର ବିଭିନ୍ନ ଜିଲାର ଜେଲରେ ଥିବା ସର୍ବାଧିକ କଏଦୀ ଏବେ ସଜ୍ଜା କାଟି ସାରିବା ପରେ ବି ଘରକୁ ଯାଇ ପାରୁ ନାହାନ୍ତି । ଏମାନେ ଗୋଟିଏ କି ଦୁଇଦିନ ନୁହେଁ ସଜ୍ଜା କାଟିବା ପରେ ପୁଣି ମାସ ମାସ ଧରି ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ତେବେ ଏହା ପଛର ଅସଲ କାରଣ ହେଉଛି ଏମାନଙ୍କ ଉପରେ ଲାଗିଥିବା ଜରିମାନା ଅର୍ଥ ଏମାନେ ପଇଠ କରି ନ ପାରିବାରୁ ଅତିରିକ୍ତ ସଜ୍ଜା କାଟୁଛନ୍ତି । ୩୧ ଡିସେମ୍ବର ୨୦୧୯ର ତଥ୍ୟ କହୁଛି ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୧,୦୩୧ ଜଣ କଏଦୀ ସଜ୍ଜା କାଟି ସାରିଥିବା ବେଳେ ଜରିମାନା ଅର୍ଥ ପଇଠ ନ କରିପାରି ଅତିରିକ୍ତ ସଜ୍ଜା କାଟୁଛନ୍ତି । ଉତ୍ତର ପ୍ରଦେଶରେ ଏହିଭଳି ସବୁଠାରୁ ଅଧିକ ୧୯୨ କଏଦୀ ରହିଥିବା ବେଳେ ମିଜୋରାମରେ ୧୧୪, ଆସାମରେ ୧୦୬, କେରଳରେ ୧୧୧, ଦିଲ୍ଲୀରେ ୪୧, ମଧ୍ୟପ୍ରଦେଶରେ ୭୮, ପଞ୍ଜାବ ୬୯, ରାଜସ୍ଥାନ ୬୬, ହରିୟାଣା ୨୨, ଗୁଜରାଟ ୧୩, ମହାରାଷ୍ଟ୍ର ୨୨ କଏଦୀ ଓ ପଶ୍ଚିମବଙ୍ଗରେ ପାଖାପାଖି ୫୬ ଜଣ କଏଦୀ ଅତିରିକ୍ତ ସଜ୍ଜା କାଟୁଥିବା ଜଣାପଡିଛି ।

Share