ପଞ୍ଜାବର ୧୩୦୪-ଉତ୍ତରପ୍ରଦେଶର ୬୨୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ, ମତଦାନ ଜାରି…

ଲକ୍ଷ୍ନୌ/ଚଣ୍ଡିଗଡ଼,୨୦।୨ : ରବିବାର ପଞ୍ଜାବରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ରାଜ୍ୟର ୨.୧୪ କୋଟି ଭୋଟର ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବା ଲାଗି ଧାଡ଼ିବାନ୍ଧି ମତଦାନ ଜାରି ରଖିଛନ୍ତି। ଏହି ପ୍ରର୍ଯ୍ୟାୟରେ ୯୩ ମହିଳା ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଜ୍ୟରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି।

ସେହିପରି ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଜାରି ରହିଛି। ରାଜ୍ୟର ୧୬ଟି ଜିଲାର ୫୯ ବିଧାନସଭା ଆସନ ପାଇଁ ୬୨୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ୨.୧୬ କୋଟି ଭୋଟର କରୁଛନ୍ତି। ଏହି ପର୍ଯ୍ୟାୟରେ ୯୭ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଜ୍ୟରେ ସକାଳ ୬ଟାଠାରୁ ମତଦାନ ଆରମ୍ଭ ହୋଇଛି।

Share