Categories: ଜାତୀୟ

ପଞ୍ଜାବରେ ୮ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଚଣ୍ଡିଗଡ଼,୧୮ ।୯: ପଞ୍ଜାବର ମୋହାଲି ସ୍ଥିତ ଏକ ବିଶ୍ୱବିଦ୍ୟାଳରେ ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତେ ଗୁରୁତର ଥିବା ସୂଚନା ମିଳିଛି । ସୂଚନଯୋଗ୍ୟ, ବାଥରୁମରେ ଛାତ୍ରୀମାନେ ଗାଧୋଉଥିବା ବେଳେ ଅଶ୍ଳିଳ ଭିଡିଓ କରିଥିବା ଅଭିଯୋଗ ଆସିଥିଲା ଜଣେ ଛାତ୍ରଙ୍କ ନାମରେ । ତେବେ ଏହି କାମ ସେହିଠାରେ ପାଠ ପଢୁଥିବା ଜଣେ ଛାତ୍ରଙ୍କର ବୋଲି କୁହାଯାଉଛି । ଅଭିଯୋଗ ରହିଛି ଯେ ଅଭିଯୁକ୍ତ ଛାତ୍ର ଅଶ୍ଳିଳ ଭିଡିଓ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପୋଲିସ ଅଭିଯୁକ୍ତଙ୍କ୍‌ୁ ଅଟକ ରଖି ପଚରା ଉଚରା କରୁଛି । ଏହି ଘଟଣା ଜଣାପଡିବା ପରେ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଥିଲେ ।
ସୂଚନାଯୋଗ୍ୟ, ଶନିବାର ରାତି ପ୍ରାୟ ୨ଟା ୩୦ରେ ବିରୋଧ ପ୍ରଦର୍ଶନ କରି ଛାତ୍ରମାନେ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବେଶ କରିବା ସହ ସ୍ଲୋଗାନ ଦେଇଥିଲେ । ଅଭିଯୋଗ ହୋଇଥିଲା ଯେ ହଷ୍ଟେଲରେ ରହୁଥିବା ଜଣେ ଛତ୍ର ବାଥରୁମରେ ଗାଧୋଇବା ସମୟରେ ପ୍ରାୟ ୬୦ ଜଣ ଛାତ୍ରୀଙ୍କର ଅଶ୍ଳିଳ ଭିଡିଓ କରିଥିଲେ । ଅଭିଯୁକ୍ତ ଛାତ୍ର ଏମିତି ଭିଡିଓକୁ ଆଉଜଣେ ଯୁବକଙ୍କ ପାଖକୁ ପଠାଉଥିଲେ ଓ ସେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ ।
ଏମାନଙ୍କ ମଧ୍ୟରୁ ୮ ଜଣ ଛାତ୍ରୀ ସେମାନଙ୍କ ଭିଡିଓ ଇଣ୍ଟରନେଟରେ ଦେଖିବା ପରେ ବିଶ୍ୱାସ କରିପାରି ନ ଥିଲେ । ଆଉ ବଦନାମ ଭୟରେ ସମସ୍ତେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଛାତ୍ରମାନେ ଅଭିଯୋଗ କରିଛନ୍ତି ବି ବିଶ୍ୱିଦ୍ୟାଳୟ ପ୍ରବନ୍ଧନ ସମ୍ପୂର୍ଣ୍ଣ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଛି । ପୋଲିସ ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖିଛି ।

Share