Advertisement

୩ବର୍ଷ ପାଇଁ ଜେଲ୍‌ ଗଲେ ଏଏପି ବିଧାୟକ

ଚଣ୍ଡିଗଡ଼,୨୩।୫: ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପଟିଆଲା ଗ୍ରାମୀଣ ବିଧାୟକ ଡା. ବଲବୀର ସିଂହଙ୍କୁ ରୋପର କୋର୍ଟ ୩ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ମୁତାବକ, ଗତ ୯ବର୍ଷ ପୂର୍ବରୁ ଜମିକୁ ନେଇ ପାରିବାରିକ ଝଗଡ଼ାରେ ବଲବୀର ସିଂହ, ତାଙ୍କ ପତ୍ନୀ ଓ ପୁଅ ସହ ମିଶି ନିଜ ଶାଳୀ ଓ ତାଙ୍କ ସ୍ବାମୀଙ୍କୁ ମାରପିଟ୍‌ କରିଥିଲେ। ମାରପିଟ୍‌ ମାମଲାରେ ଶାଳୀ ଓ ତାଙ୍କ ସ୍ବାମୀ ବଲବୀର ସିଂହଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ସୂଚନାଯୋଗ୍ୟ, ଗତ ୯ବର୍ଷରୁ ଏହି ମାମଲାର ଶୁଣାଣି ରୋପର କୋର୍ଟରେ ଚାଲିଆସୁଛି। ତେବେ ସୋମବାର ହୋଇଥିବା ଏହି ମାମଲାର ଶୁଣାଣି ସମୟରେ କୋର୍ଟ ବିଧାୟକ, ତାଙ୍କ ପତ୍ନୀ ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାପରେ ୩ଜଣଙ୍କୁ କୋର୍ଟ ୩ବର୍ଷର ଦଣ୍ଡାଦେଶ ଶୁଣାଇବା ସହ ୫-୫ହଜାର ଟଙ୍କାର ଜରିମାନା ଲଗାଇଛନ୍ତି। ଅନ୍ୟପଟେ ୩ବର୍ଷର ଦଣ୍ଡାଦେଶ ପରେ ବଲବୀରଙ୍କୁ ବିଧାୟକ ପଦ ହରାଇବାକୁ ପଡ଼ିପାରେ ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share