କେଜ୍ରିଓ୍ବାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଭଗଓ୍ବନ୍ତ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)କୁ ବିପୁଳ ପରିମାଣରେ ଭୋଟ ମିଳିଛି। ପଞ୍ଜାବରେ ଏଏପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନଙ୍କ ଦମ୍‌ଦାର ବିଜୟ ପରେ ସମସ୍ତଙ୍କ ନଜର ଏବେ ଦଳ ଉପରେ ରହିଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯଯୋକ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିବାକୁ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି ଭଗଓ୍ବନ୍ତ। ଦିଲ୍ଲୀରେ ପହଞ୍ଚିବା ପରେ ସେ ପ୍ରଥମେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିବା ଦେଖିବାକୁ ମିଳିଛି। ଏଥିସହ ସେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ମଧ୍ୟ ଭେଟିଛନ୍ତି। କୁହାଯାଉଛି, ଆସନ୍ତାକାଲି ଅର୍ଥାତ୍‌ ଶନିବାର ରାଜ୍ୟପାଳଙ୍କ ଭେଟି ସେ ସରକାର ଗଠନ ପାଇଁ ଦାବି କରିପାରନ୍ତି। ସୂଚନାଯୋଗ୍ୟ, ଭଗଓ୍ବନ୍ତ ନିଜ ପୈତୃକ ଗାଁରେ ଶପଥ ଗ୍ରହଣ କରିବେ ବୋଲି ଦିଲ୍ଲୀ ଯିବା ପୂର୍ବରୁ କହିଥିଲେ। ଖୁବ୍‌ଶୀଘ୍ର ଏନେଇ ସେ ରାଜ୍ୟପାଳଙ୍କୁ ଭେଟିବେ। ଏହାପରେ ଶପଥ ଗ୍ରହଣ ସମାରୋହର ସମୟ ସ୍ଥିର କରାଯିବ ବୋଲି ଭଗଓ୍ବନ୍ତ କହିଛନ୍ତି।

Share