Categories: ଜାତୀୟ

ଫେବୃୟାରୀ ୨୦ରେ ପଞ୍ଜାବ ବିଧାନସଭା ନିର୍ବାଚନ

ଚଣ୍ଡିଗଡ଼,୧୭ ।୧: ବଦଳିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଫେବୃୟାରୀ ୨୦ରେ ହେବ ନିର୍ବାଚନ । ପୂର୍ବରୁ ୧୪ ଫେବୃୟାରୀରେ ନିର୍ବାଚନ ହେବା ଲାଗି ଘୋଷଣା କରାଯାଇଥିଲା । ହେଲେ ରବିଦାସଙ୍କ ଜୟନ୍ତିକୁ ନେଇ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ତାରିଖକୁ ଘୁଞ୍ଚାଇବାକୁ ଦାବି କରିଥିଲେ । ଶେଷରେ କେନ୍ଦ୍ର ନିର୍ବାଚନ କମିଶନ ଏହାକୁ ମାନିନେବା ସହ ନିର୍ଦ୍ଧାରିତ ତାରିଖକୁ ବଦଳାଇ ଫେବୃୟାରୀ ୨୦ ଘୋଷଣା କରିଛନ୍ତି । ହେଲେ ଭୋଟ ଗଣତି ନିର୍ଦ୍ଧାରିତ ତାରିଖ ଅର୍ଥାତ୍ ମାର୍ଚ୍ଚ ୧୦ରେ ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ପ୍ରଥମେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଦାବି କରିଥିଲେ ।

Share