Categories: ଜାତୀୟ

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ୩୦ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଏପି

ଚଣ୍ଡିଗଡ଼,୧୦ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି(ଏଏପି) ଶୁକ୍ରବାର ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏବେ ୧୧୭ ମଧ୍ୟରୁ କେବଳ ୩୦ ଜଣଙ୍କ ନାମ ଘୋଷଣା କରାଯାଇଛି । ପଠାନକୋଟ ଆସନରୁ ବିଭୁତି ଶର୍ମା, ଗୁରୁଦାସପୁରରୁ ରାମ ବହେଲ, ଦିନା ନଗର(ଏସସି)ରୁ ଶମଶେର ସିଂଙ୍କୁ ପ୍ରାର୍ଥୀ କରାଯାଇଛି । ଆଗମୀ ନିର୍ବାଚନରେ କଂଗ୍ରେସ ନୁହେଁ ବରଂ ଭାରତୀୟ ଜନତା ପାର୍ଟିକୁ ଟକ୍କର ଦେବାକୁ ଏଏପି ପ୍ରସ୍ତୁତ ହେଉଛି ବୋଲି କୁହାଯାଉଛି । ତେବେ ନିର୍ବାଚନ ଜିତିଲେ ପଞ୍ଜାବବାସୀଙ୍କ ପାଇଁ ବିଜୁଳୀ ବିଲ୍ ଛାଡ କରିବାକୁ ଏଏପିର ମୁଖ୍ୟ ଅରବିନ୍ଦ କେଜରିୱାଲ ପୂର୍ବରୁ ଘୋଷଣା କରିଛନ୍ତି ।

Share