Categories: ଜାତୀୟ

ନିର୍ବାଚନ ପୂର୍ବରୁ କୃଷକଙ୍କୁ ବଡ଼ ଉପହାର

ନୂଆଦିଲ୍ଲୀ,୨୪।୧୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାର କୃଷକଙ୍କ ଏକ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଶୁକ୍ରବାର ଚାଷୀଙ୍କ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ଛାଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କୃଷକମାନଙ୍କ ରୁଷ ଛାଡ କରିବା ସହ ଭୂମିହୀନ ଶ୍ରମିକଙ୍କ ରୁଣ ମଧ୍ୟ ଛାଡ କରାଯିବ। ରୁଣଗ୍ରସ୍ତ ଚାଷୀଙ୍କ ଖାତାରେ ସରକାର ୨ କୋଟି ଟଙ୍କା ଜମା କରିବେ। ଏହି କାର୍ଯ୍ୟ ଆଗାମୀ ୧୦ରୁ ୧୫ ଦିନ ମଧ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଆହରୁ ମଧ୍ୟ କହିଛନ୍ତି, ରାଜ୍ୟରେ ଭଗବତ ଗୀତା ଏବଂ ରାମାୟଣ ଅଧ୍ୟୟନ କେନ୍ଦ୍ର ସ୍ଥାପନ କରାଯିବ। ଏହି ଅଧ୍ୟୟନ କେନ୍ଦ୍ର ପଟିୟାଲାରେ ହେବ। ଆଜିକାଲି ପଞ୍ଜାବ ସଙ୍ଗୀତ ଏବଂ ଫିଲ୍ମକୁ ଆଗକୁ ନେବା ପାଇଁ ଏକ ଫିଲ୍ମ ଏବଂ ଟେଲିଭିଜନ କାଉସିଂଲ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Share