Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଖୁବଶୀଘ୍ର ଆରମ୍ଭ ହେବ ଫ୍ରି ଯୋଗ କ୍ଲାସ

ଚଣ୍ଡିଗଡ଼,୩।୪: ପଞ୍ଜାବବାସୀଙ୍କ ପାଇଁ ଖୁସି ଖବର। ଏବେ ପଞ୍ଜାବର କିଛିି ଜିଲାରେ ମିଳିବ ମାଗଣା ଯୋଗ ଶିକ୍ଷା। ମୁଖ୍ୟମନ୍ତ୍ରୀ ଯୋଗଶାଳା ମାଧ୍ୟମରେ ରାଜ୍ୟର ଲୋକଙ୍କୁ ମାଗଣା ଯୋଗ ଶିକ୍ଷା ଦିଆଯିବ। ଏହାର ସୂଚନା ନିଜେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବତ ମାନ ଦେଇଛନ୍ତି। ସେ ଟୁଇଟ କରି ପଞ୍ଜାବବାସୀଙ୍କୁ ଯୋଗଶାଳା ବିଷୟରେ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କୁ ମାଗଣା ଯୋଗ ଶିଖାଇ ସେମାନଙ୍କ ସ୍ବାସ୍ଥ୍ୟକୁ ସୁସ୍ଥ ରଖାଯାଇପାରିବ। ତେବେ ଆରମ୍ଭରୁ କେବଳ ୪ଟି ଜିଲାରେ ଏହି ମାଗଣା ଯୋଗ ଶିକ୍ଷା ଦିଆଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱ ଏବେ ଯୋଗକୁ ଆପଣାଉଥିବା ବେଳେ ଆମେ ଦେଶରେ ବ୍ୟସ୍ତ ବହୁଳ ଜୀବନରୁ ଏହା ଯେମିତି ଦୁରେଇ ଯାଉଛି। ତେଣୁ ଯୋଗକୁ ପୁଣିଥରେ ଜୀବିତ କରିବାକୁ ରାଜ୍ୟ ସରକାର ଚାହୁଁଛନ୍ତି। ସେଥିପାଇଁ ସିଏମ ଯୋଗଶାଳା ସ୍କିମରେ ଫ୍ରିରେ ଯୋଗଶାଳା ଚଲାଇବାକୁ ଯୋଜନା କରାଯାଇଛି। ଏକ ଭିଡିଓ ମେସେଜରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଜାବରେ ଯୋଗର ଏକ ଲହର ଗଢିବାକୁ ଚାହୁଁଛୁ, ପ୍ରଥମ ଭାଗରେ ଅମୃତସର, ଫଗାଓ୍ବାଡା, ଲୁଧିଆନା ଓ ପଟିୟାଲାରେ ମାଗଣା ଯୋଗ ଶିକ୍ଷା ଦିଆଯିବାର ଯୋଜନା କରାଯାଇଛି।

Share