Categories: ଜାତୀୟ

ଭଗବନ୍ତ ମାନଙ୍କୁ ‘ଜେଡ୍‌ ପ୍ଲସ’ ସୁରକ୍ଷା

ଚଣ୍ଡିଗଡ,୨୫।୫: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସୁରକ୍ଷାକୁ କଡାକଡି କରାଯାଇଛି। ସୂଚନାନୁସାରେ, ଗୁରୁବାର ମୁଖ୍ୟମନ୍ତ୍ରୀ ମାନଙ୍କୁ ପୂରା ଭାରତରେ ସିଆରପିଏଫ୍‌ର ‘ଜେଡ୍‌ ପ୍ଲସ’ ସୁରକ୍ଷା ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମାନଙ୍କ ପାଖରେ ପୂର୍ବରୁ ପଞ୍ଜାବ ପୋଲିସର ସୁରକ୍ଷା କଭର ଥିଲା। ଏଭଳି ପରିସ୍ଥିତିରେ ସିଆରପିଏଫ୍‌ର ‘ଜେଡ୍‌ ପ୍ଲସ’ ସୁରକ୍ଷା ମିଳିବା ଦ୍ୱାରା ମାନଙ୍କ ସୁରକ୍ଷା ସ୍ତର ଦ୍ୱିଗୁଣିତ ହୋଇଯାଇଛି। ‘ଜେଡ୍‌ ପ୍ଲସ’ ସୁରକ୍ଷା ପାଇବା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମାନଙ୍କ ସୁରକ୍ଷା ଅଧୀନରେ ୫୫ଟି କମାଣ୍ଡୋ ନିୟୋଜିତ ହେବେ। ଏଥିରେ ୧୦ରୁ ଅଧିକ ଏନ୍‌ଏସ୍‌ଜି କମାଣ୍ଡୋ ସାମିଲ ହେବେ।

Share