Categories: ଜାତୀୟ

‘ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ଦକ୍ଷ ନେତା ନୁହନ୍ତି’

ନୂଆଦିଲ୍ଲୀ,୩୦।୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ଜଣେ ଦକ୍ଷ ନେତା ନୁହନ୍ତି। ଏଭଳି କହି ଚନ୍ନିଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ।

”ଚନ୍ନି କିଛି ବି କହିପାରନ୍ତି। କିନ୍ତୁ ସେ ମୋତେ ଭୟ କରନ୍ତି। ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ମୋତେ ପଛପଟୁ ଛୁରାମାଡ଼ କରିବାକୁ ଉଦ୍ୟମ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସେ ନିଜ କାମ କରୁ ନାହାନ୍ତି। ସେ ଏବେ ରାଜ୍ୟରେ ଭ୍ରମଣ କରୁଛନ୍ତି। ମୁଁ ୧୪ ଜଣ ସାଧାରଣ ସଚିବଙ୍କ ସହ କାର୍ଯ୍ୟ କରିଛି। ମାତ୍ର ଚନ୍ନି ପ୍ରତ୍ୟେକ ବୈଠକରେ ହାରିଶ ଚୌଧାରୀଙ୍କ ସହ ବସୁଛନ୍ତି। ଲାଗୁଛି ଚନ୍ନିଙ୍କ ସ୍ଥାନରେ ହାରିଶ ପଞ୍ଜାବ ସରକାର ଚଳାଉଛନ୍ତି“ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଏକ ସାକ୍ଷାତ୍‌କାରରେ କହିଛନ୍ତି।

Share