Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଟିକେଟ ଦେଲାନି କଂଗ୍ରେସ

ଚଣ୍ଡିଗଡ଼,୧୬।୧: ପଞ୍ଜାବ ବିଧାନସଭା ନିର୍ବାଚନା ପୂର୍ବରୁ କଂଗ୍ରେସରେ ମୁଣ୍ଡ ଟେକିଛି ଏକ ବଡ଼ ବିଦ୍ରୋହ। ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କ ସାନ ଭାଇ ଡ. ମନୋହର ସିଂଙ୍କୁ କଂଗ୍ରେସ ଟିକେଟ ଦେବାକୁ ମନା କରିଛି। ଏହାକୁ ଅନ୍ୟାୟ କହିବା ସହ ସ୍ବାଧୀନ ପ୍ରାର୍ଥୀ ଭାବେ ବାସି ପାଥାନା ନିର୍ବାଚନ ମଣ୍ଡଳୀରୁ ଲଢ଼ିବାକୁ ସେ ଘୋଷଣା କରିଛନ୍ତି।

‘ଗୋଟିଏ ପରିବାର, ଗୋଟିଏ ଟିକେଟ୍‌’ ନିୟମ ଯୋଗୁ ସମାନ ନିର୍ବାଚନ ମଣ୍ଡଳୀରୁ ମନୋହରଙ୍କୁ ଟିକେଟ୍‌ ଦେବାକୁ ମନା କରି ଦେଇଥିଲା କଂଗ୍ରେସ। ତେବେ ଏହି ଘୋଷଣା ଉପରେ ମୁଖ୍ୟମନ୍ତ୍ରା ଚନ୍ନି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ପଞ୍ଜାବର ପୁଆଧ କଲଚୁରାଲ ଅଞ୍ଚଳରେ ସ୍ଥିତ ବାସି ପାଥାନା ନିର୍ବାଚନ ମଣ୍ଡଳୀରେ ପ୍ରାୟତଃ ଚନ୍ନିଙ୍କ ସମ୍ପ୍ରଦାୟ ବସବାସ କରନ୍ତି। କଂଗ୍ରେସ ପକ୍ଷରୁ ଶନିବାର ପ୍ରକାଶ ପାଇଥିବା ୮୬ ପ୍ରାର୍ଥୀଙ୍କ ତାଲିକାରେ ବାସି ପାଥାନାରୁ ବର୍ତ୍ତମାନ ବିଧାୟକ ଥିବା ଗୁରପ୍ରୀତ ସିଂ ଜିପିଙ୍କୁ ଟିକେଟ୍‌ ଦିଆଯାଇଛି।

“ବାସି ପାଥାନା ଅଞ୍ଚଳର କିଛି ଜଣାଶୁଣା ବ୍ୟକ୍ତି ମୋତେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ପରାମର୍ଶ ଦେଇଛନ୍ତି। ସେମାନେ ଯାହା କହିଛନ୍ତି, ମୁଁ ତାହା କରିବି। ପଛ ଘୁଞ୍ଚା ଦେବା କଥା ଉଠୁ ନାହିଁ। ମୁଁ ନିର୍ବାଚନ ଲଢ଼ିବି ନିଶ୍ଚିତ” ବୋଲି ମନୋହର ସିଂ କହିଛନ୍ତି।

Share