ଚଣ୍ଡିଗଡ,୧୭।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ଭଗଓ୍ବନ୍ତ ମାନ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସେ ଟୁଇଟ୍ କରି କରି ଏହି ସୂଚନା ଦେଇଛନ୍ତି। ପଞ୍ଜାବବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ଆଜି ଏକ ବଡ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଭଗଓ୍ବନ୍ତ ମାନ ଲେଖିଛନ୍ତି, ପଞ୍ଜାବ ଇତିହାସରେ କେହି ଆଜି ପର୍ଯ୍ୟନ୍ତ ଏପରି ନିଷ୍ପତ୍ତି ନେଇ ନାହାନ୍ତି। ମୁଁ ଖୁବ ଶୀଘ୍ର ଘୋଷଣା କରିବି। ସେ କେଉଁ ନିଷ୍ପତ୍ତି ନେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଭାଗଓ୍ବନ୍ତ ମନ ବିପ୍ଳବୀ ସହିଦ ଭଗତ ସିଂଙ୍କ ଗାଁ ଖଟକର କଲାନରେ ବୁଧବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।
पंजाब की जनता के हित में आज एक बहुत बड़ा फ़ैसला लिया जाएगा। पंजाब के इतिहास में आज तक किसी ने ऐसा फैसला नहीं लिया होगा।
कुछ ही देर में एलान करूँगा…।
— Bhagwant Mann (@BhagwantMann) March 17, 2022