Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ମାନଙ୍କ ନିବେଦନ: ଶହୀଦ ଭଗତ ସିଂଙ୍କୁ ଦିଆଯାଉ ଭାରତ ରତ୍ନ

ଚଣ୍ଡିଗଡ,୧୬।୧୧: ଶହୀଦ ଭଗତ ସିଂ ଏବଂ କରତାର ସିଂ ସରଭାଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ବୁଧବାର କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଲୁଧିଆନା ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ସରଭା ଗ୍ରାମରେ କରତାର ସିଂ ସରଭାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ କେନ୍ଦ୍ର ସରକାରଙ୍କୁ ଏହି ଦାବି କରିଛନ୍ତି।
ମାନ କହିଛନ୍ତି ଯେ ଭରତ ରତ୍ନଙ୍କ ସହ ଶହୀଦ ଭଗତ ସିଂ, କରତାର ସିଂ ସରଭା, ରାଜଗୁରୁ, ସୁଖଦେବ, ଲାଲା ଲଜପତ ରାୟ ଏବଂ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ଏହି ସମ୍ମାନର ପ୍ରତିଷ୍ଠା ବୃଦ୍ଧି କରିବ। ଏହାସହ କରତାର ସିଂଙ୍କୁ ‘ରାଷ୍ଟ୍ରୀୟ ଶହୀଦ’ ମାନ୍ୟତା ଦେବାକୁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ପଞ୍ଜାବ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ସେ କହିଛନ୍ତି।

Share