Categories: ଜାତୀୟ

ଏଣିକି ମନମୁଖୀ ଫି’ ବଢାଇ ପାରିବେ ନାହିଁ ବେସରକାରୀ ସ୍କୁଲ

ଚଣ୍ଡିଗଡ,୩୦।୩: ପଞ୍ଜାବରେ ଆମ ଆଦମୀ ପାର୍ଟି ରାଜ୍ୟରେ କ୍ଷମତା ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ସେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ସଂସ୍କାର ସଙ୍କେତ ଦେଇଛନ୍ତି। ବୁଧବାର ଶିକ୍ଷା ଉପରେ ଦୁଇଟି ବଡ଼ ନିଷ୍ପତ୍ତି ଘୋଷଣା କରି ଏକ ଭିଡିଓ ବାର୍ତ୍ତାରେ ମାନ କହିଛନ୍ତି, ବେସରକାରୀ ବିଦ୍ୟାଳୟଗୁଡ଼ିକ ଆଉ ଫି’ ବଢାଇ ପାରିବେ ନାହିଁ। ଏହାସହ ଅଭିଭାବକମାନଙ୍କୁ ନିର୍ଦ୍ଧିଷ୍ଟ ଦୋକାନରୁ ବହି, ପୋଷାକ କିଣିବାକୁ କୁହାଯାଇପାରିବ ନାହିଁ।
ପଞ୍ଜାବରେ ଆମ ଆଦମୀ ପାର୍ଟି ପାଇଁ ବଡ ବିଜୟ ପଛରେ ଶିକ୍ଷା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ନିର୍ବାଚନ ସମୟରେ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ଏବଂ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ରାଜ୍ୟରେ ସରକାରୀ ବିଦ୍ୟାଳୟରେ ଉନ୍ନତି ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଏହାପୂର୍ବରୁ, ମାନ ୨୫ ହଜାର ସରକାରୀ ଚାକିରି ଏବଂ ୩୫ ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଘୋଷଣା କରିଥିଲେ। ଏହା ବ୍ୟତୀତ ଦୁର୍ନୀତି ନିବାରଣ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ହିତାଧିକାରୀଙ୍କ ପାଇଁ ରାଶନର ଘରେ ଘରେ ପହଞ୍ଚାଇବାକୁ ଘୋଷଣା କରିଛନ୍ତି।

Share