Categories: ଜାତୀୟ

ଶହୀଦ ଦିବସରେ ମିଳିବ ସରକାରୀ ଛୁଟି

ଚଣ୍ଡିଗଡ,୨୨।୩: ପଞ୍ଜାବରେ ଏଣିକି ମାର୍ଚ୍ଚ ୨୩ ଅର୍ଥାତ୍‌ ଶହୀଦ ଦିବସ ଅବସରରେ ସରକାରୀ ଛୁଟି ମିଳିବ। ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଏହି ଘୋଷଣା କରିଛନ୍ତି। ଶହୀଦ ଦିବସରେ ପଞ୍ଜାବର ଲୋକ, ବୟସ୍କ ଓ ପିଲାମାନେ ଭଗତ ସିଂଙ୍କ ଗାଁ ଖଟକର କଲାନ ପରିଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ। ଏହା ସହିତ ପଞ୍ଜାବ ବିଧାନସଭାରେ ଭଗତ ସିଂ ଏବଂ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି। ପଞ୍ଜାବ ବିଧାନସଭାରେ ମହାରାଜା ରଣଜିତ ସିଂଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ। ୨୩ ମାର୍ଚ୍ଚ ୧୯୩୧ରେ, ବ୍ରିଟିଶ ସରକାର ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀ ଦେଇଥିଲେ। ଏହା ପରେ ଏହି ଦିନ ଶହୀଦ ଦିବସ ଭାବରେ ପାଳନ କରାଯାଏ।

Share