Categories: ଜାତୀୟ

ମୋଦିଙ୍କୁ ଭେଟିଲେ ମାନ: ମାଗିଲେ ୫୦ ହଜାର କୋଟି ଟଙ୍କା ସହାୟତା

ନୂଆଦିଲ୍ଲୀ,୨୪।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ଉଭୟଙ୍କ ପ୍ରଥମ ସାକ୍ଷାତ। ଏହି ସାକ୍ଷାତ ପରେ ମାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରୀୟ ସୁରକ୍ଷା ଦିଗରେ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି। ଦୁଇ ବର୍ଷ ପାଇଁ ମୁଁ ପ୍ରତିବର୍ଷ ୫୦ହଜାର କୋଟି ଆର୍ଥିକ ସହାୟତା ମାଗିଛି। ପଞ୍ଜାବକୁ ପୁଣିଥରେ ଦେଶର ଏକ ନମ୍ବର ରାଜ୍ୟ ଭାବେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସହ ଏକ ଫଟୋ ଶେୟାର୍‌ କରି ମାନ ଲେଖିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପଞ୍ଜାବର ପ୍ରସଙ୍ଗ ଉପରେ ଆଲୋଚନା କରିଛି। ମୁଁ ଆଶା କରୁଛି ଯେ ପଞ୍ଜାବର ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଆବଶ୍ୟକ ସହଯୋଗ ପ୍ରଦାନ କରିବେ।

Share