Categories: ଜାତୀୟ

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଜାଖଡଙ୍କୁ ମିଳିପାରେ ଏହି ସ୍ଥାନ

ଚଣ୍ଡିଗଡ଼,୧୮ ।୯: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପ୍ରଥମେ କ୍ରିକେଟର ତଥା ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସହ ବାଦ ବିବାଦ ପରେ ଏବେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି । ଦଳ କନ୍ଦଳ, ବିଧାୟକଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଏମିତି ଆହୁରି ଅନେକ କାରଣକୁ ନେଇ କିଛିଦିନ ହେବ ପଞ୍ଜାବ ରାଜନୀତି ଥିଲା ସରଗରମ । ଶନିବାର ବିଧାୟକ ଦଳର ବୈଠକ ପୂର୍ବରୁ ଅମରିନ୍ଦର ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିିଲେ । ଆଉ ଅପରାହ୍ନରେ ସେ ରାଜ୍ୟପାଳଙ୍କୁ ଭେଟି ସମସ୍ତ ପ୍ରଶ୍ନରେ ବିରାମ ଲଗାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖଡଙ୍କୁ ଏବେ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଅନୁମାନ କରାଯାଉଛି ।

ଇସ୍ତଫା ଦେବାପରେ ରାଜ ଭବନ ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଅମରିନ୍ଦର କହିଛନ୍ତି, ମୁଁ କଂଗ୍ରେସ ଦଳରେ ଅଛି ଓ ଦଳ ପାଇଁ କାର୍ଯ୍ୟ କରିବି । ମୋ ସମର୍ଥକଙ୍କ ସହ କଥା ହେବି ଓ ଆଗାମୀ ଯୋଜନା ଆଲୋଚନା କରିବୁ ବୋଲି ସେ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ପଦରେ ଥାଇ ସେ ଲା’ିତ ହୋଇଥିବା ଅନୁଭବ କରିବାରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ଆଉ ଏ କଥା ସେ ପୂର୍ବରୁ ହାଇ କମାଣ୍ଡକୁ କହି ସାରିଥିଲେ ବୋଲି ପ୍ରକାଶ କରିଛନ୍ତି ।

Share