Categories: ଜାତୀୟ

ଗାଈ ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୫।୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ଚରଣଜିତ ସିଂ ଚନ୍ନି ତାଙ୍କ ସାମାଜିକ କାର୍ଯ୍ୟ ପାଇଁ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛନ୍ତି। ସାଧାରଣ ଲୋକଙ୍କ ପାଇଁ ତାଙ୍କ ଦ୍ୱାର ଖୋଲା ରଖିବା ବିଷୟରେ ସେ ସର୍ବଦା କହିଆସିଛନ୍ତି। ଏପରିକି ଫୋନରେ ଲୋକଙ୍କ ଅଭିଯୋଗ ଶୁଣିବାକୁ ସେ ପସନ୍ଦ କରନ୍ତି। ନିକଟରେ ତାଙ୍କର ଏକ କାର୍ଯ୍ୟକୁ ଖୁବ୍‌ ବସନ୍ଦ କରାଯାଉଛି। ରବିବାର ମଧ୍ୟରାତ୍ରିରେ ସେ ତାଙ୍କ କର୍ମଚାରୀ ଏବଂ ଅନ୍ୟମାନେ ପଞ୍ଜାବର ରୁପନଗରର ଏକ ଗାତରେ ପଡ଼ିଥିବା ଗାଈର ଜୀବନ ରକ୍ଷା କରିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି।
ମୁଖ୍ୟମନ୍ତ୍ରୀ ରବିବାର ମଧ୍ୟରାତ୍ରୀରେ ଚାମକୌର ସାହିବରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଘରକୁ ଫେରୁଥିଲେ। ଏହି ସମୟରେ କାରରେ ବସିଥିବା ବେଳେ ତାଙ୍କ ଆଖି ଗାତରେ ଫସି ରହିଥିବା ଗାଈ ଉପରେ ପଡିଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ କାର୍‌ ଅଟକାଇଥିଲେ ଏବଂ ତାଙ୍କ ସୁରକ୍ଷା କର୍ମୀଙ୍କ ସହ ଗାଈକୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ।
ଗାଈ ଗୋଡ଼ରେ ଏକ ଦଉଡି ବାନ୍ଧି ତାକୁ କିପରି ବାହାରକୁ ଆଣିବେ ସେନେଇ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପରାମର୍ଶ ଦେଉଥିବାର ଦେଖାଯାଇଥିଲା। ଏହି ସମୟରେ ଗାଈ କୌଣସି ପ୍ରକାରେ ଆଘାତ ନ ହେବା ଉଚିତ୍‌ ବୋଲି ମଧ୍ୟ ଧ୍ୟାନ ଦିଆଯାଇଥିଲା। ପ୍ରାୟ ଅଧ ଘଣ୍ଟା ଧରି ଗାଈକୁ ବାହାରକୁ ଆଣିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥିଲା। ବହୁ ପରିଶ୍ରମ ପରେ ଗାଈକୁ ବାହାରକୁ ଅଣାଯାଇଥିଲେ। ଗାଈ ବାହାରକୁ ଆସିବା ପରେ ତା’ ପାଦକୁ ଚୁଇଁ ମୁଖ୍ୟମନ୍ତ୍ରୀ ସେଠାରୁ ବିଦାୟ ନେଇଥିଲେ।

Share