Categories: ଜାତୀୟ

ପୁଅ ବାହାଘରକୁ ନିଜେ ଗାଡ଼ି ଚଲାଇ ଆସିଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୦।୧୦: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ବଡ ପୁଅ ନବଜିତ୍‌ ସିଂ ଚାନ୍ନିଙ୍କ ରବିବାର ନିରାଡମ୍ବର ଭାବରେ ବିବାହ ସମ୍ପନ୍ନ ହୋଇଛି। ଡେରାବସ୍ତିର ଅମଲାଲା ଗାଁର ସିମରନଧୀର କୌରଙ୍କ ସହ ତାଙ୍କ ବିବାହ ଫେଜ୍‌-୩ବି ୧ ସ୍ଥିତି ଗୁରୁଦ୍ୱାର ଶ୍ରୀ ସଚ୍ଚା ଧନ ସାହିବରେ ସମ୍ପନ୍ନ ହୋଇଥିଲା। ପୁଅର ବିବାହ ଖୁସିରେ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚାନ୍ନି ତାଙ୍କ ଘରୁ ଏକ ଘରୋଇ କାର ଚଳାଇ ପହଞ୍ଚିଥିଲେ।
ବିବାହ ସମାପ୍ତ ହେବା ପରେ ମଧ୍ୟ ସେ ନିଜ ବ୍ୟକ୍ତିଗତ କାରରେ ଘରକୁ ଫେରିଥିଲେ। ବିବାହ ସମାରୋହକୁ ଅତି ସରଳ ଢଙ୍ଗରେ ରଖାଯାଇଥିଲା। ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ, ପଞ୍ଜାବ କଂଗ୍ରେସ ଦାୟିତ୍ୱରେ ଥିବା ହରିଶ ରାୱତ, ସହ-ଦାୟିତ୍ୱରେ ଥିବା ହରିଶ ଚୌଧରୀଙ୍କ ସମେତ ଅନେକ ମନ୍ତ୍ରୀ ଏବଂ ବିଧାୟକ ବିବାହରେ ସାମିଲ ହୋଇଥିଲେ। କିନ୍ତୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଏହି ବିବାହ କାର୍ଯ୍ୟକ୍ରମକୁ ଆସି ନ ଥିଲେ।

Share