ଅମୃତସର,୨୬।୨: ଲୁଧିଆନାର କଂଗ୍ରେସ ଏମ୍ପି ରବନୀତ ସିଂ ବିଟୁଙ୍କୁ ହତ୍ୟା ଧମକ ଦିଆଯାଇଛି। ହ୍ବାଟସ୍ଆପ୍ରେ ଜଣେ ଅଜ୍ଞାତ ବିଦେଶୀ ନମ୍ବର ଦ୍ୱାରା ବିଟୁଙ୍କୁ ଧମକ ଦିଆଯାଇଛି। ଖୁବଶୀଘ୍ର ତାଙ୍କୁ ବୋମା ପକାଇ ଉଡାଇ ଦିଆଯିବ। ଏନେଇ ବିଟୁ ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଧମକ କଲ କେଉଁଠୁ ଆସିଛି ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ସାଂସଦ ରବନୀତ ମୌଳିକବାଦୀଙ୍କ ବିରୋଧରେ କ୍ରମାଗତଭାବେ କହୁଛନ୍ତି। ଫଳରେ ସେ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି। ଏହାପୂର୍ବରୁ ସବିଟୁଙ୍କୁ ଅନେକ ଥର ଧମକ ଦିଆଯାଇଛି।
ରବିବାର ସକାଳେ ତାଙ୍କ ହ୍ବାଟସଆପ୍ରେ ଏକ ବିଦେଶୀ ନମ୍ବରରୁ କଲ ପାଇଥିଲେ। ଧମକ ଦେଇଥିବା ବ୍ୟକ୍ତି ତାଙ୍କୁ ବୋମା ଫିଙ୍ଗି ଉଡାଇ ଦେବାକୁ ଧମକ ଦେଇଥିଲେ। ତାଙ୍କ ଜେଜେବାପାଙ୍କ ଅବସ୍ଥା ପରି ତାଙ୍କୁ ମଧ୍ୟ ବୋମା ପିଙ୍ଗି ଉଡାଇଦେବୁ ବୋଲି ସମ୍ପୃକ୍ତ ବ୍ୟକ୍ତି କହିଥିଲେ।