Categories: ଜାତୀୟ

ଇସାରାରେ ଚାଲୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ହାଇକମାଣ୍ଡ: ସିଦ୍ଧୁ

ଅମୃତସର,୪।୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଫେବୃଆରୀ ୬ରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ। ଏଥିପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନି ଏବଂ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଦ୍ଧୁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି। ତେବେ ଏହା ପୂର୍ବରୁ ସିଦ୍ଧୁ ହାଇକମାଣ୍ଡଙ୍କୁ ଟାର୍ଗେଟ କରିଛନ୍ତି। ଅମୃତସରରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରି ସିଦ୍ଧୁ କହିଛନ୍ତି,ଏକ ନୂତନ ପଞ୍ଜାବ ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କ ହାତରେ। ଏଥର ଆପଣଙ୍କୁ ମୁଖ୍ୟମନ୍ତ୍ରୀ ବାଛିବାକୁ ପଡିବ। ଶୀର୍ଷରେ ଥିବା ଲୋକମାନେ ଏକ ଦୁର୍ବଳ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଯିଏ ତାଙ୍କ କଥାର ନାଚିବ। ଆପଣ ଏପରି ମୁଖମନ୍ତ୍ରୀ ଚାହୁଁଛନ୍ତି କି?
ଏହାପୂର୍ବରୁ କଂଗ୍ରେସର ପୂର୍ବତନ ସଭାପତି ତଥା ପଚାର ସମିତିର ଅଧ୍ୟକ୍ଷ ସୁନୀଲ ଜାଖଡ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଦଡ଼ରେ କେବଳ ଦୁଇ ନେତାଙ୍କୁ ଦଳ ହାଇକମାଣ୍ଡ ପ୍ରାଥମିକତା ଦେଇଛନ୍ତି। ହାଇକମାଣ୍ଡ ଏହି ପ୍ରସଙ୍ଗରେ ରାଜ୍ୟର ସମସ୍ତ ଭେଟେରାନ କଂଗ୍ରେସ କର୍ମୀଙ୍କୁ ପୃଥକ ଭାବରେ ପଚାରିଛନ୍ତି।

Share