Categories: ଜାତୀୟ

ସିଦ୍ଧୁଙ୍କ ଜିଦ୍‌ରେ ମୁଣ୍ଡ ନୁଆଁଇଲା କଂଗ୍ରେସ

ନୂଆଦିଲ୍ଲୀ, ୩୦।୬: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ବରିଷ୍ଠ କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁଙ୍କର ବିବାଦ ଲାଗି ରହିଥିଲା ବେଳେ ବୁଧବାର ସେ ନୂଆଦିଲ୍ଲୀରେ ଦଳର ନେତା ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି। ତାଙ୍କୁ ଖୁବ୍‌ଶୀଘ୍ର ଦଳରେ ବଡ଼ ଦାୟିତ୍ୱ ଦିଆଯାଇପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ପ୍ରିୟଙ୍କାଙ୍କ ପ୍ରସ୍ତାବରେ ସିଦ୍ଧୁ ରାଜି ହୋଇଛନ୍ତି। ସିଦ୍ଧୁଙ୍କ ନୂଆ ଦାୟିତ୍ୱ ସମ୍ପର୍କରେ କଂଗ୍ରେସ ହାଇକମାଣ୍ଡ ୪୮ ଘଣ୍ଟା ମଧ୍ୟରେ ଘୋଷଣା କରିପାରନ୍ତି।

Share