Categories: ଜାତୀୟ

ପଞ୍ଜାବକୁ ବୁଝି ନ ଥିବା ଲୋକ ହାତରେ ଟେକି ଦିଆଯାଉଛି ରାଜ୍ୟକୁ , ଏଥିରେ କେବଳ ପାକିସ୍ତାନ ଖୁସି ହେଉଛି: ତିୱାରି

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ସଙ୍କଟ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ମନିଷ ତିୱାରି ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ପଞ୍ଜାବର ଦାୟିତ୍ୱ ଯାହା ହାତରେ ଟେକି ଦିଆଯାଉଛି ସେ ପ୍ରଥମେ ପଞ୍ଜାବକୁ ବୁଝି ନାହାନ୍ତି । କାହାର ନାମ ନ ନେଇ ତିୱାରି ନବଜୋତ ସିଂ ସିଦ୍ଧୁଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ପଞ୍ଜାବର ସ୍ଥିତି ଦେଖିଲେ କଷ୍ଟ ଲାଗୁଛି । ଏହା ଏକ ସୀମବର୍ତ୍ତି ରାଜ୍ୟ ହୋଇଥିବାରୁ ଏହାକୁ ସୁରକ୍ଷିତ ହାତରେ ଦେବା ଉଚିତ । ଏହା ସୀମାବର୍ତ୍ତି ରାଜ୍ୟ ଯୋଗୁ ପଞ୍ଜାବ ରାଜନୀତିରେ ଏଭଳି ସଂର୍ଘଷ କେବଳ ପାକିସ୍ତାନକୁ ଆନନ୍ଦ ଦେଉଛି ବୋଲି ତିୱାରି କହିଛନ୍ତି ।

Share