Categories: ଜାତୀୟ

ପଞ୍ଜାବକୁ ମିଳିପାରେ ନୂଆ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏବେ ଦିଲ୍ଲୀଠାରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ରାଜନୀତି ହୋଇଛି ସରଗରମ । ମାତ୍ର ୭୨ ଦିନର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ସିଦ୍ଧୁଙ୍କ ଏଭଳି ଇସ୍ତଫା ଦଳର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆଦୌ ପସନ୍ଦ ଆସିନାହିଁ । ଯାହା ଫଳରେ ସିଦ୍ଧୁଙ୍କ ସ୍ଥାନରେ ଆଉ ଜଣେ ନୂଆ ଅଧ୍ୟକ୍ଷ କଥା ହାଇକମାଣ୍ଡ ଚିନ୍ତା କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି । ସିଦ୍ଧୁଙ୍କ ଇସ୍ତଫା ପତ୍ର ପାଇବା ପରେ ସୋନିଆ ଗାନ୍ଧୀ ହଠାତ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ଏବେ ସେ କିଛି ବଡ ଧରଣର ନିଷ୍ପତ୍ତି ନେବାକୁ ଯାଉଥିବା କୁହାଯାଉଛି । ଏମିତିକି ସିଦ୍ଧୁଙ୍କୁ ମନାଇବାକୁ ଅନ୍ୟମାନେ ଚେଷ୍ଟା ଚଲାଇଥିଲେ ବି ଉଚ୍ଚସ୍ତରର କେତେକ ନେତା ସିଦ୍ଧୁଙ୍କ ସହ ଆଦୌ କଥା ହେଉ ନ ଥିବା କୁହାଯାଉଛି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି କି ପଞ୍ଜାବ କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳି ପାରନ୍ତି । ଏବେ ୩-୪ ଜଣଙ୍କ ନାଁ ଏହି ତାଲିକାରେ ଥିଲେ ବି ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀଙ୍କ ନେତୃତ୍ୱରେ ଯେଉଁ କେତେ ଜଣଙ୍କୁ ମନ୍ତ୍ରୀ କରାଯାଇଛି ସେଥିମଧ୍ୟରୁ କେତେ ଜଣଙ୍କୁ ନେଇ ସିଦ୍ଧୁ ଅନ୍ତୁଷ୍ଟ ଅଛନ୍ତି । ଯେଉଁଥିପାଇଁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି ।

Share