Categories: ଜାତୀୟ

ବିଧାୟକ ଦଳର ବୈଠକ ଶେଷ, ସୋନିଆ ସ୍ଥିର କରିବେ କିଏ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୮ ।୯: ପଞ୍ଜାବ କଂଗ୍ରେସ ବିଧାୟକ ଦଳର ବୈଠକ ଶେଷ ହୋଇଛି । ଶନିବାର ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ଏହି ବୈଠକ ବସିଥିଲା । ଏଥିରେ ଦୁଇଟି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାସ୍ କରାଯାଇଛି । ତେବେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସ୍ଥିର କରିବେ ବୋଲି ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ବହୁ କଳ୍ପନା ଜଳ୍ପନା ପରେ ଅମରିନ୍ଦର ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ତାଙ୍କୁ ଦଳରେ ଅପମାନିତ କରାଯାଇଥିବାରୁ ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ଏବେ ସେ ଦଳରେ ଅଛନ୍ତି ଓ ସମର୍ଥକଙ୍କ ସହ ମିଶି ଦଳ ପାଇଁ କାମ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Share