Categories: ଜାତୀୟ

ଛିଡୁନି ପଞ୍ଜାବ କଂଗ୍ରେସର କଳି, ପୁଣି ହେବ ବିଧାୟକ ଦଳର ବୈଠକ

ଚଣ୍ଡିଗଡ଼,୧୯ ।୯: ପଞ୍ଜାବ କଂଗ୍ରେସ ବିଧାୟକ ଦଳର ଆଉ ଏକ ବୈଠକ ରବିବାର ସକାଳ ୧୧ଟାରେ ଅନୁଷ୍ଠିତ ହୋଇପାରେ । ଏହି ବୈଠକରେ ବିଧାୟକଙ୍କ ସହ ହାଇକମାଣ୍ଡ ପଠାଇଥିବା ୩ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବେ । ଏହା ପୂର୍ବରୁ ଚଣ୍ଡିଗଡ଼ ସ୍ଥିତ କଂଗ୍ରେସ ଭବନରେ ପଞ୍ଜାବ କଂଗ୍ରେସ ବିଧାୟକ ଦଳର ବୈଠକରେ ନେତା ବାଛିବାର ଦାୟିତ୍ୱ ହାଣକମାଣ୍ଡକୁ ଦିଆଯାଇଥିଲା । ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖଡଙ୍କ ନାଁରେ ସର୍ବସମ୍ମତିକ୍ରମେ ମୋହର ଲାଗିଥିବା ବେଳେ ବୈଠକ ସମୟରେ ସୁଖଜିନ୍ଦର ସିଂ ରଂଧାୱା କୌଣସି ହିନ୍ଦୁଙ୍କୁ ବିଧାୟକ ଦଳର ନେତା ନ କରି ବରଂ ହିନ୍ଦୁ ଜାଟ-ଶିଖଙ୍କୁ ନେତା କରିବାକୁ ଦାବି କରିଥିଲେ । ରଂଧାୱା ତାଙ୍କ ଜିଦରେ ଅଟଳ ରହିଥିବା ବେଳେ ହାଇକମାଣ୍ଡ ଏହାକୁ ଦେଖି ପୁଣିଥରେ ରବିବାର ବିଧାୟକ ଦଳର ବୈଠକ ବସିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

Share