Categories: ଜାତୀୟ

କରତାରପୁର ପହଞ୍ଚିଲେ ସିଦ୍ଧୁ, ଇମ୍ରାନଙ୍କୁ କହିଲେ ବଡ ଭାଇ

ନୂଆଦିଲ୍ଲୀ,୨୦ ।୧୧: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଶନିବାର କରତାରପୁରର ଗୁରୁଦ୍ୱାର ଶ୍ରୀ କରତାରପୁର ସାହେବଙ୍କୁ ଦର୍ଶନ କରିବାକୁ ପାକିସ୍ତାନ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ବଡ ଭାଇ ବୋଲି କହିଛନ୍ତି । ଗତଥର ବି ଯେତେବେଳେ ସିଦ୍ଧୁ ପାକିସ୍ତାନ ଯାଇଥିଲେ ସେତେବେଳେ କରତାରପୁର କରିଡର ଖୋଲିବ ବିଷୟରେ ସେ ପାକିସ୍ତାନୀ ସେନା ଜେନରାଲ ବାଜୱାଙ୍କୁ ଆଲିଙ୍ଗନ କରିଥିଲେ । ଏହାପରେ ତାଙ୍କୁ କଡା ବିରୋଧ କରାଯାଇଥିଲା । ଏମିତିକି ଆଜିର ଯାତ୍ରାକୁ ନେଇ ସମସ୍ତଙ୍କ ନଜର ସିଦ୍ଧୁଙ୍କ ଉପରେ ଥିଲା ।

Share