Categories: ଜାତୀୟ

ଚନ୍ନୀ କ୍ୟାବିନେଟର ଶପଥ ଗ୍ରହଣ ପୂର୍ବରୁ ପୁଣି ବିବାଦ

ଚଣ୍ଡିଗଡ଼,୨୬ ।୯: ରାଣା ଗୁରଜିତ ସିଂଙ୍କୁ ମନ୍ତ୍ରୀ ପଦ ମିଳିବା ଖବର ଜଣାପଡିବା ପରେ ଆମ ଆଦମୀ ପାର୍ଟିରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ସୁଖପାଲ ସିଂ ଖୌହରା ଓ ଅନ୍ୟ ୫ଜଣ ବିଧାୟକ ତାଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି । ଦଳର ୬ ବିଧାୟକ ଶପଥ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ନବଜୋତ ସିଂ ସିଦ୍ଧୁଙ୍କ ନିକଟକୁ ପତ୍ର ଲେଖିଛନ୍ତି । ପତ୍ରରେ ବିଧାୟକ ରାଣା ଗୁରଜିତ ସିଂଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ନ କରିବାକୁ ବିରୋଧ କରିଛନ୍ତି । ଏହି ବିଧାୟକମାନେ ଗୁରଜିତ ସିଂଙ୍କ ସ୍ଥାନରେ ଏସ୍‌ସି ଚେହରଙ୍କୁ କ୍ୟାବିନେଟରେ ସାମିଲ କରିବାକୁ ଦାବି କରିଛନ୍ତି ।

Share