Categories: ଜାତୀୟ

ପଞ୍ଜାବ ଅଚଳାବସ୍ଥା ଦୂର ହେଲା

ନୂଆଦିଲ୍ଲୀ,୨୬।୯: ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ୨୭ ତାରିଖରେ ତୃତୀୟ ଅଧିବେଶନ ଡାକିବା ଲାଗି ରାଜ୍ୟପାଳ ବନଓ୍ବାରିଲାଲ୍‌ ପୁରୋହିତ ଏଏପି ସରକାରଙ୍କ ଆବେଦନକୁ ଅନୁମୋଦନ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଅଧିବେଶନ ଆରମ୍ଭ ହେବ ବୋଲି ରାଜ୍ୟପାଳ ଦେଇଥିବା ପତ୍ରରୁ ଜଣାପଡ଼ିଛି।

ଭାଜପା ରାଜ୍ୟରେ ଅପରେଶନ ଲୋଟସ୍‌ ଚଳାଇଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ତାଙ୍କ ସରକାରର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ନିମନ୍ତେ ଗତ ୨୨ ତାରିଖରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଆବେଦନ କରିଥିଲେ। ଏଥିପାଇଁ ନିର୍ଦ୍ଦିଷ୍ଟ ନିୟମ ନ ଥିବା ଦର୍ଶାଇ ରାଜ୍ୟପାଳ ଅଧିବେଶନ ପାଇଁ ଅନୁମତି ଦେଇ ନ ଥିଲେ। ଏଏପି ଏହାର ପ୍ରତିବାଦ କରିବା ସହ ରାଜ୍ୟପାଳଙ୍କ ନିଷ୍ପତ୍ତି ଅଗଣତାନ୍ତ୍ରିକ ବୋଲି କହିଥିଲା। ବନଓ୍ବାରିଲାଲ୍‌ଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବା ପାଇଁ ଏଏପି ଚେତାବନୀ ଦେଇଥିଲା।

Share