Categories: ଜାତୀୟ

୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୩୦।୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚଳିତ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଚନ୍ନି ଚମକୌର ସାହିବ ବିଧାନସଭା ଆସନ ବ୍ୟତୀତ ଭଦୌଡ ଆସନରୁ ମଧ୍ୟ ଲଢିବେ ବୋଲି ଜଣାପଡିଛି। କଂଗ୍ରେସ ରବିବାର ୮ ଜଣ ପ୍ରାର୍ଥୀଙ୍କ ତୃତୀୟ ତଥା ଅନ୍ତିମ ତାଲିକା ପ୍ରକାଶ କରିଛି। ଏଥିରେ ଭଦୌଡ (ସଂରକ୍ଷିତ) ଆସନରୁ ଚନ୍ନି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରାଯାଇଛି। ସେପଟେ ପଟିଆଲା ବିଧାନସଭା ଆସନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିପକ୍ଷରେ କଂଗ୍ରେସ ବିଷ୍ଣୁ ଶର୍ମାଙ୍କୁ ପ୍ରାର୍ଥୀ କରିଛି।

Share