Categories: ଜାତୀୟ

ଚର୍ଚ୍ଚାରେ ଚନ୍ନିଙ୍କ ଟୁଇଟ୍‌

ଚଣ୍ଡିଗଡ଼,୩ ।୨: ପାଖେଇ ଆସିଲାଣି ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଏବେ ଏହାକୁ ନେଇ ସବୁ ରାଜନୈତିକ ଦଳ ଜୋରସୋରରେ ପ୍ରସ୍ତୁତ ହେଉଥିବା ବେଳେ କଂଗ୍ରେସ କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ଘୋଷଣା କରିନାହିଁ । ଶୁଣିବାକୁ ମିଳିଛି କି ଫେବୃୟାରୀ ୬ ଅର୍ଥାତ୍ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଘୋଷଣା କରିବେ । ଇତିମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ଚରଣଜିତ ସିଂ ଚନ୍ନି ଏକ ଟୁଇଟ୍ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଚନ୍ନି ଏକ ଭିଡିଓ ଟୁଇଟ କରି କହିଛନ୍ତି, ଜନତା ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଜନତାଙ୍କ ପାଇଁ । ଭିଡିଓରେ ଚନ୍ନି କହୁଛନ୍ତି ନେତା ବା ମୁଖ୍ୟମନ୍ତ୍ରୀ ଏମିତି ହେବା ଦରକାର ଯାହାଙ୍କୁ ଜନତା ସବୁ ସମୟରେ ସାକ୍ଷାତ୍ କରିପାରୁଥିବେ । ଜନତା ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଜନତାଙ୍କ ପାଇଁ ମୁଁ ଏହି ଟ୍ରେଣ୍ଡ ସୃଷ୍ଟି କରିବାକୁ ଚାହୁଛି ।

Share