Categories: ଜାତୀୟ

ଅଫିସରଙ୍କୁ ପ୍ରଧାନମନ୍ତ୍ରୀ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ, ମୁଁ ବଞ୍ଚିକି ଫେରିଛି

ଚଣ୍ଡିଗଡ,୫।୧: ପଞ୍ଜାବର ଫିରୋଜପୁରରେ ରାଲି କରିବାକୁ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଢିଲା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଭଟିଣ୍ଡା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଅଫିସରଙ୍କୁ କହିଥିଲେ, ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିଦେବ ମୁଁ ଜୀବନ୍ତ ଫେରି ଆସିପାରିଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀଙ୍କୁ ପଞ୍ଜାବର ଫିରୋଜପୁରରେ ଏକ ବଡ ସମାବେଶ କରିବାର ଥିଲା। କିନ୍ତୁ ବିକ୍ଷୋଭକାରୀ କୃଷକମାନେ ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କର ଗାଡିକୁ ଅଟକାଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ସେଠାରୁ ଫେରିଆସିଥିଲେ। ଏହି ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କଠାରୁ ରିପୋର୍ଟ ମାଗିଛି। ଏହା ବ୍ୟତୀତ ଭାଜପା ସଭାପତି ଜେପି ନଡ୍ଡା ଟୁଇଟ୍‌ କରି ପଞ୍ଜାବ ସରକାରଙ୍କ ଉପରେ ବଡ ପ୍ରଶ୍ନ ଉଠାଇଛନ୍ତି। ନଡ୍ଡା କହିଛନ୍ତି ଯେ, ଏହା ଏକ ଦୁଃଖର ବିଷୟ ଯେ ପଞ୍ଜାବ ପାଇଁ ହଜାରେ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରଦ୍ଦ ହୋଇଛି। ରାଜ୍ୟ ପୋଲିସ ଲୋକଙ୍କୁ ରାଲିରେ ଯୋଗ ନ ଦେବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ଫୋନରେ କଥା ହେବାକୁ କିମ୍ବା ଏହାର ସମାଧାନ କରିବାକୁ ମନା କରି ଦେଇଛନ୍ତି।

 

Share