Advertisement

ଦିଲ୍ଲୀ ଚଲୋ ଡାକରା: ଚାଷୀ ନେତାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଚଣ୍ଡିଗଡ଼,୮।୨: ଦିଲ୍ଲୀ ଚଲୋ’ ଡାକରା ଦେଇଥିବା କୃଷକ ନେତାମାନଙ୍କ ସହ ୩ ଜଣ କେନ୍ଦ୍ରମନ୍ତ୍ରୀ ଗୁରୁବାର ଆଲୋଚନା କରିଛନ୍ତି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ନେଇ ଚାଷୀମାନେ ଆସନ୍ତା ୧୩ ତାରିଖରେ ଦିଲ୍ଲୀ ଅଭିମୁଖେ ଶୋଭାଯାତ୍ରାରେ ଯିବାକୁ ଯୋଜନା ହୋଇଥିଲା।

ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ୨୦୦ ଚାଷୀ ସଂଗଠନକୁ ନେଇ ଦିଲ୍ଲୀ ଚଲୋ ଡାକରା ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ଅଜୁର୍ନ ମୁଣ୍ଡା, କିଷାନ ମଜଦୁର ସଂଘର୍ଷ କମିଟି ସାଧାରଣ ସମ୍ପାଦକ ସରଓ୍ବନ୍ତ ସିଂ ପାନ୍ଧେର ପ୍ରମୁଖ ଆଲୋଚନାରେ ସାମିଲ ହୋଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ କେନ୍ଦ୍ରୀୟ ଟିମ୍‌ ସହ ବୈଠକ ଆୟୋଜନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share