Categories: ଜାତୀୟ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଚଣ୍ଡିଗଡ, ୧୨।୧: ଦେଶରେ କରୋନା ସଂକ୍ରମଣ ଦୃତ ଗତିରେ ବଢିଚାଲିଛି। ଏଥିରେ ଅନେକ ଅଭିନେତା, ନେତା କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କରୋନା ପଜିଟିଭ୍‌ ଚିହ୍ନଟ ହେଇଛନ୍ତି। ଏ ନେଇ ପୂର୍ବତନ କଂଗ୍ରେସ ନେତା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଏବେ ଆଇସୋଲେଶନରେ ଅଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କୋଭିଡ୍‌ ପରୀକ୍ଷା କରାଇଦେବାକୁ ଅମରିନ୍ଦର ସିଂ ଅନୁରୋଧ କରିଛନ୍ତି।

Share