Categories: ଜାତୀୟ

ଭାଗଓ୍ବନ୍ତ ମାନଙ୍କୁ ଭେଟିଲେ ଚନ୍ନି

ଚଣ୍ଡିଗଡ,୨୧।୩: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ସୋମବାର ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ଏହି ବୈଠକ ଚଣ୍ଡିଗଡ଼ରେ ଅନୁଷ୍ଠିତ ହୋଇଥିଲା। ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଚରଣଜିତ ସିଂ ଚନ୍ନି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଚରଣଜିତ ସିଂ ଚନ୍ନି କେବଳ କ୍ଷମତା ହରାଇ ନାହାଁନ୍ତି ବରଂ ଉଭୟ ଆସନରୁ ନିର୍ବାଚନରେ ମଧ୍ୟ ହାରିଯାଇଛନ୍ତି।
ପଞ୍ଜାବରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏଏପି ଏକ ଭୂସ୍ଖଳନ ବିଜୟ ହାସଲ କରିଛି। ୧୧୭ଟି ମଧ୍ୟରୁ ଏଏପି ୯୨ଟି ଆସନ ଜିତିଥିଲା। ଅନ୍ୟପକ୍ଷରେ କଂଗ୍ରେସ ୧୮ଟି, ଭାଜପା ୨ଟି, ଶିରୋମଣି ଅକାଳୀ ଦଳ ୩ ଏବଂ ଅନ୍ୟମାନେ ୧ଟି ସିଟ ପାଇଛନ୍ତି।
ଐତିହାସିକ ବିଜୟ ପରେ ମାନ ମାର୍ଚ୍ଚ ୧୬ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏଥି ସହିତ ମାର୍ଚ୍ଚ ୧୯ରେ କ୍ୟାବିନେଟ ଗଠନ କରାଯାଇଥିଲା। ୧୦ଜଣ ନେତାଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି। ଏହି ନେତାମାନେ ଚଣ୍ଡିଗଡ଼ରେ ଶପଥ ଗ୍ରହଣ କରିଥିଲେ।

Share