କାନାଡାରେ ପଞ୍ଜାବ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା

ଓଟାଓ୍ବା,୨୧।୯: କାନାଡାରେ ପଞ୍ଜାବ ଗ୍ୟାଙ୍ଗଷ୍ଟର ସୁଖା ଡୁନେକେଙ୍କୁ ହତ୍ୟା କରାଯାଇଛି। କାନାଡାରୁ ମିଳିଥିବା ଗୁପ୍ତଚର ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଓ୍ବିନିପେଗ୍‌ ସହରରେ ଡାଭିନ୍ଦର ବାମ୍ବିହା ଗ୍ୟାଙ୍ଗର ସୁଖଦୁଲ ସିଂ ଓରଫ ସୁଖା ଡୁନେକେଙ୍କୁ ହତ୍ୟା କରାଯାଇଥିଲା। ସରେ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ଭଳି ଏହି ଘଟଣା ଘଟିଛି। ଡୁନେକେଙ୍କ ଉପରେ ପ୍ରାୟ ୧୫ଟି ଗୁଳି ଚଳାଯାଇଥିଲା।
୨୦୧୭ରେ ନକଲି ଡକ୍ୟୁମେଣ୍ଟ ସାହାଯ୍ୟରେ ଡୁନେକେ ଭାରତରୁ କାନାଡାକୁ ପଳାଇଥିଲେ। ତାଙ୍କ ବିରୋଧରେ ୭ଟି ଆପରାଧିକ ମାମଲା ରୁଜୁ ହୋଇଛି। ପଞ୍ଜାବ ଅଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରୁ ଅତି କମରେ ୨୯ ଜଣ ଗ୍ୟାଙ୍ଗଷ୍ଟର ଅଛନ୍ତି, ଯେଉଁମାନେ ଏହି ଆଇନରୁ ବଞ୍ଚିବା ପାଇଁ ଭାରତ ବାହାରେ ଆଶ୍ରୟ ନେଉଛନ୍ତି। ନକଲି ଡକ୍ୟୁମେଣ୍ଟ ସାହାଯ୍ୟରେ ସେମାନେ ବହୁ ବର୍ଷ ପୂର୍ବେ ନେପାଳ ଦେଇ ଭାରତ ଛାଡି ଅନ୍ୟ ଦେଶକୁ ଯାଇଥିଲେ।

Share