ପଞ୍ଜାବ ଘିଅ, ମହାରାଷ୍ଟ୍ର ଗୁଡ଼, ଗୁଜରାଟ ଲୁଣ: ବାଇଡେନଙ୍କୁ ଉପହାର ଦେଲେ ମୋଦି…

ଓ୍ବାଶିଂଟନ,୨୨।୬ : ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କ ସହ ବିଶେଷ ଉପହାର ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନଙ୍କୁ ୭.୫ କ୍ୟାରେଟ ଲ୍ୟାବରେ ବିକଶିତ ହୋଇଥିବା ସବୁଜ ହୀରା ଉପହାର ଦେଇଛନ୍ତି।

ଏହା ସହିତ ପିଏମ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏକ ସ୍ବତନ୍ତ୍ର ଚନ୍ଦନ ବାକ୍ସ ଉପହାର ଦେଇଛନ୍ତି। ଏହା ଜୟପୁରର କାରିଗରଙ୍କ ଦ୍ୱାରା ନିର୍ମିତ। ଏହା ମହୀଶୂରର ଚନ୍ଦନ କାଠରେ ନିର୍ମିତ।

ଏହି ବାକ୍ସରେ ଭଗବାନ ଗଣେଶଙ୍କର ଏକ ପ୍ରତିମା ଅଛି। ଏହି ପ୍ରତିମାକୁ କୋଲକାତାର ରୁପା କାରିଗରଙ୍କ ପରିବାର ତିଆରି କରିଛନ୍ତି। ବାକ୍ସରେ ଏକ ରୁପା ଦୀପ ମଧ୍ୟ ଅଛି ।

ପ୍ରଧାନମନ୍ତ୍ରୀ ମୋଦି ଲଣ୍ଡନର ଫାବର ଆଣ୍ଡ ଫାବର ଲିମିଟେଡ ଦ୍ୱାରା ପ୍ରକାଶିତ ତଥା ବିଶ୍ୱବିଦ୍ୟାଳୟ ପ୍ରେସ ଗ୍ଲାସଗୋରେ ମୁଦ୍ରିତ ‘ ଦ ଟେନ ପ୍ରିନ୍ସିପାଲ ଉପନିଷଦ’ ପୁସ୍ତକର ପ୍ରଥମ ସଂସ୍କରଣର ଏକ ନକଲ ମଧ୍ୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଦାନ କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପିଏମ ମୋଦି ଦେଇଥିବା ଉପହାରରେ ପଶ୍ଚିମବଙ୍ଗର କୁଶଳୀ କାରିଗରମାନଙ୍କ ଦ୍ୱାରା ନିର୍ମିତ ଏକ ସୱତନ୍ତ୍ର ରୁପା ନଡ଼ିଆ ରହିଛି। ଏହା ସହିତ ପଞ୍ଜାବ ଘିଅ, ମହାରାଷ୍ଟ୍ର ଗୁଡ଼, ଗୁଜରାଟ ଲୁଣ ଆଦି ରହିଛି।

 

Share