Posted inଜାତୀୟ

ଅନଲାଇନରେ ଅର୍ଡର କରିଥିଲେ କେକ୍, ଖାଇଲା ପରେ ଜନ୍ମଦିନରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ,୩୦ା୩: ଜନ୍ମଦିନରେ ଅନଲାଇନରେ ମଗାଇଥିବା କେକ୍ ଖାଇ ଚାଲିଗଲା ୧୦ ବର୍ଷୀୟ ନାବାଳିକାର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବ ପଟିଆଲାରେ। ନାବାଳିକା ସମେତ ତାଙ୍କର ସମସ୍ତ ପରିବାର ଏବଂ ସାନ ଭଉଣୀ ମଧ୍ୟ ଫୁଡ୍ ପଏଜନିଂର ଶିକାର ହୋଇଥିଲେ। ନାବାଳିକାଙ୍କର ଜେଜେ ମା’ କହିଛନ୍ତି ଯେ ନିକଟସ୍ଥ ଏକ ବେକେରିରୁ ସେମାନେ କେକ୍ ଅର୍ଡର କରିଥିଲେ।

ସୋସିଆଲ ମିଡିଆରେ ଭାଇରଏଲ ହେଉଟିବା ଏକ ଭିଡିଓରେ ପୀଡିତା ମାନଭି ବହୁତ ଖୁସିରେ କେକ୍ କାଟୁଥିବାର ଦେଖିବାକୁ ମିଳୁଛି।

ମାର୍ଚ୍ଚ ୨୪ ରେ ପ୍ରାୟ ୭ ଟା ସମୟରେ ସେ କେକ୍ କାଟିଥିଲେ, ସେହି ଦିନ ରାତି ୧୦ ଟା ସୁଦ୍ଧା ସମଗ୍ର ପରିବାର ଅସୁସ୍ଥ ହୋଇପଡିଥିଲେ ବୋଲି ତାଙ୍କ ଜେଜେବାପା ହରବାନ୍ ଲାଲ କହିଛନ୍ତି। ତାଙ୍କର ଭଉଣୀଙ୍କର ପ୍ରବଳ ବାନ୍ତି ହୋଇଥିଲା। ମନଭି ଅତ୍ୟଧିକ ତୃଷା ପ୍ରକାଶ କରି ପାଟିରେ ଶୁଷ୍କତା ଅନୁଭବ କରି ପାଣି ମାଗିଥିଲେ ବୋଲି ସେ କହିଛନ୍ତି। ଏହା ପରେ ସେ ଶୋଇବାକୁ ଯାଇଥିଲେ।

ତେବେ ପରଦିନ ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା ଏବଂ ଏକ ଇସିଜି (ଇଲେକ୍ଟ୍ରୋକାର୍ଡିଓଗ୍ରାମ) ବଢ଼ିଯାଇଥିବା ରେକର୍ଡ କରାଯାଇଥିଲା ବୋଲି ହରବାନ୍ ଲାଲ କହିଛନ୍ତି। କିନ୍ତୁ ସେମାନେ ତାଙ୍କୁ ରକ୍ଷା କରିପାରିଲେ ନାହିଁ। ତାଙ୍କୁ ଖୁବ୍ ଶୀଘ୍ର ମୃତ ଘୋଷଣା କରାଯାଇଥିଲା ବୋଲି ସେ କହିଛନ୍ତି।

ପରିବାର ଅଭିଯୋଗ କରିଛନ୍ତି ଯେ ‘କେକ୍ ଖାନା’ରୁ ଆଣିଥିଲେ, ଚକୋଲେଟ୍ କେକରେ କିଛି ବିଷାକ୍ତ ପଦାର୍ଥ ରହିଥିଲା।
ବେକେରୀ ମାଲିକଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ସେମାନେ କହିଛନ୍ତି, “ମୃତଦେହ ପୋଷ୍ଟମର୍ଟମ କରାଯାଇଛି। କେକ୍ ରୁ ଏକ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି। ଆମେ ରିପୋର୍ଟକୁ ଅପେକ୍ଷା କରିଛୁ।”


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri