Categories: ଜାତୀୟ

ସରକାରୀ ନିଯୁକ୍ତିରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ

ଚଣ୍ଡିଗଡ଼, ୧୪।୧୦: ମହିଳା ସଶକ୍ତିକରଣ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପଞ୍ଜାବର କଗ୍ରେସ ସରକାର। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସରକାରୀ ଚାକିରିରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟ କ୍ୟାବିନେଟ୍‌ ପଞ୍ଜାବ ସିଭିଲ୍‌ ସର୍ଭିସେସ୍‌ ନିୟମ ୨୦୨୦କୁ ଅନୁମୋଦନ କରିଛି। ଫଳରେ ପଞ୍ଜାବରେ ଏବେ ସରକାରୀ ଚାକିରିରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ ରହିବ। ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଅମରିନ୍ଦର କହିଛନ୍ତି, ‘ପଞ୍ଜାବ ମହିଳାଙ୍କ ଲାଗି ଆଜି ଏବ ଐତିହାସିକ ଦିନ। ସରକାରୀ ଚାକିରିରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛି।’

Share