Categories: ଜାତୀୟ

କଥା ରଖିଲେ ପଞ୍ଜାବ ସରକାର

ଚଣ୍ଡିଗଡ଼,୨୪ ।୭: ପଞ୍ଜାବର ଆମ ଆଦମୀ(ଏଏପି) ସରକାର ଦିଲ୍ଲୀ ଭଳି ପଞ୍ଜାବରେ ବି ମାଗଣା ବିଜୁଳୀ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ଏଥିନେଇ ସରକାର ଏକ ସର୍କୁଲାର ଜାରି କରିଛନ୍ତି । ଏହି ସର୍କୁଲାର ଅଧିନରେ ପ୍ରତି ମାସରେ ପଞ୍ଜାବବାସୀଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ମିଳିବ । ଏହିପରି ଭାବେ ଗୋଟିଏ ବିଲରେ ୬୦୦ ୟନିଟ ପର୍ଯ୍ୟନ୍ତ ବିଜୁଳି ଫ୍ରିରେ ମିଳିବ ।
ସୂଚନାଯୋଗ୍ୟ, ପଞ୍ଜାବର ଭଗୱନ୍ତ ମାନ ସରକାର ବିଧାନସଭା ନିର୍ବାଚନ ସମୟରେ ଆମ ଆଦମୀ ପାର୍ଟି(ଏଏପି) ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଏବେ ଏହି କଥାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସରକାର ପୂରଣ କରିବାକୁ ଯାଉଛନ୍ତି । ସର୍କୁଲାର ଜାରି କରି ପଞ୍ଜାବ ସରକାର ତାଙ୍କର କଥା ରଖିଥିବା ଏବେ ଆଲୋଚନା ହେଉଛି । ଏହି ସର୍କୁଲରରେ କୁହାଯାଇଛି କି ପଞ୍ଜାବାସୀଙ୍କୁ ପ୍ରତି ମାସରେ ୩୦୦ ୟୁନିଟ ବିଜୁଳି ମାଗଣାରେ ମିଳିବ । ଏମିତି ଗୋଟିଏ ବିଲରେ ୬୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଫ୍ରି ଦେବାର ବ୍ୟବସ୍ଥା ରହିଛି । ଏହାଠାରୁ ଅଧିକ ୟୁନିଟ ହେଲେ ଏହାକୁ ଜନତାଙ୍କୁ ଭରଣା କରିବାକୁ ପଡିବ । ଏହି ସୁବିଧା ଏସସି, ବିସି ଓ ପୂର୍ବରୁ ୨୦୦ ୟୁନିଟ ମାଗଣା ପାଉଥିବା ଉପଭୋକ୍ତାଙ୍କୁ ବି ଏହି ସୁବିଧା ମିଳିବ ।

Share