Categories: ଜାତୀୟ

ଆନ୍ଦୋଳନ କରିଥିବା କୃଷକଙ୍କ ପାଇଁ ଆଉ ଏକ ଘୋଷଣା କଲେ ଚନ୍ନି

ଚଣ୍ଡିଗଡ଼,୧୮ ।୧୧: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରିଥିବା କୃଷକଙ୍କ ମଧ୍ୟରେ ସଂଘର୍ଷ ଯୋଗୁ କେତେଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା । ଏବେ କିନ୍ତୁ କୃଷକଙ୍କ ନାଁରେ ଥିବା ସମସ୍ତ ମାମଲାକୁ ରଦ୍ଦ କରିଦିଆଯିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ବୁଧବାର ଘୋଷଣା କରିଛନ୍ତି । ଏମିତିକି କୃଷକଙ୍କ ନାଁରେ ଯେ କୌଣସି ଯେମିତିକି ନଡା ଜଳାଇବାକୁ ନେଇ କରାଯାଇଥିବା ମାମଲାକୁ ବି ରଦ୍ଦ କରିଦିଆଯିବ । ମୁଖ୍ୟମନ୍ତ୍ରୀ ଚନ୍ନି ୩୨ କୃଷକ ସଙ୍ଗଠନ ସହ ବସିଥିବା ବୈଠକ ପରେ ଏହି ଘୋଷଣା କରିଛନ୍ତି । ତେବେ ଆନ୍ଦୋଳନ ସମୟରେ ମୃତ୍ୟୁ ହୋଇଥିବା କୃଷକ ଓ ମଜୁରୀଆଙ୍କ ପରିବାର ବର୍ଗଙ୍କୁ ସରକାରୀ ଚାକିରି ଦେବା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣ କରିଛନ୍ତି । କୃଷକଙ୍କ ସମ୍ପୂର୍ଣ୍ଣ ଋଣ ଛାଡକୁ ନେଇ ଏବେ ଆଲେଚେନା ଚାଲିଥିବା ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି ।

Share