ଚଣ୍ଡିଗଡ଼,୧୩ ।୧୧: ପଞ୍ଜାବ ସରକାର କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକ ବଡ ଘୋଷଣା କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହଛନ୍ତି ଚଳିତବର୍ଷ ୨୬ ଜାନୁୟାରୀରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ପଞ୍ଜାବର ସମସ୍ତ ୮୩ କୃଷକଙ୍କୁ ୨ଲକ୍ଷ ଲେଖାଏଁ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଚନ୍ନି କହିଛନ୍ତି, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଜାରି ରହିଥିବା କୃଷକ ଆନ୍ଦୋଳନକୁ ତାଙ୍କ ସରକାର ସମ୍ପୂର୍ଣ୍ଣ ସମର୍ଥନ କରୁଛି । ତେବେ ୨୬ ଜାନୁୟାରୀରେ ହୋଇଥିବା ଟ୍ରାକ୍ଟର ରାଲିରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ପଞ୍ଜାବର ସମସ୍ତ ୮୩ ଜଣ କୃଷକଙ୍କୁ ୨ ଲକ୍ଷ ଲେଖାଁଏ ଟଙ୍କା ଦିଆଯିବ ।