Categories: ଜାତୀୟ

ମାନ ସରକାରଙ୍କ ବଡ ନିଷ୍ପତ୍ତି: ଫେରାଇ ନିଆଗଲା ଚନ୍ନିଙ୍କ ପରିବାର, କ୍ୟାପଟେନଙ୍କ ପୁଅଙ୍କ ସମେତ ୧୮୪ ଭିଭିଆଇପିଙ୍କ ସୁରକ୍ଷା

ଚଣ୍ଡିଗଡ଼,୨୩ ।୪: ପଞ୍ଜାବ ସରକାର ଶୁକ୍ରବାର ବିଳମ୍ବିତ ରାତିରେ ୧୮୪ ଜଣ ଭିଭିଆଇପିଙ୍କ ପୋଲିସ ସୁରକ୍ଷାରେ କାଟଛାଟ କରିଛି । ଏବେ କେବଳ ସେହି ବ୍ୟକ୍ତିମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ଯେଉଁମାନଙ୍କ ପ୍ରତି କୌଣସି ବିପଦ ରହିଛି । ପଞ୍ଜାବ ପୋଲିସ ଭିଭିଆଇପିଙ୍କ ସୁରକ୍ଷା ସମ୍ପର୍କିତ ମାମଲର ସମୀକ୍ଷା କରିବା ପରେ କେତେଜଣ ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବିଧାୟକଙ୍କ ସୁରକ୍ଷା ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ମନପ୍ରିତଙ୍କ ପୁଅ ତଥା ଚରଣଜିତ ସିଂ ଚନ୍ନିଙ୍କ ପରିବାରରେ ନିୟୋଜିତ ଥିବା ପୋଲିସକର୍ମୀଙ୍କୁ ଫେରାଇ ନିଆଯାଇଛି । ଏହି ନିଷ୍ପତ୍ତି ପରେ ପ୍ରାୟ ୧୯୮ ସୁରକ୍ଷାକର୍ମୀ ଓ ପୋଲିସ ଗାଡିକୁ ଫେରାଇ ନିଆଯାଇଛି ।
ଏଡିଜିିପି(ସୁରକ୍ଷା) କହିଛନ୍ତି ସମସ୍ତ ଭିଭିଆଇପି ଲୋକଙ୍କ ସୁରକ୍ଷାର ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

Share