Categories: ଜାତୀୟ

ପଞ୍ଜାବ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଆତଙ୍କବାଦୀଙ୍କ ଧମକ

ଚଣ୍ଡିଗଡ଼,୨୮ ।୪: ଆତଙ୍କବାଦୀମାନେ ପଞ୍ଜାବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କିଛି ରେଲୱେ ଷ୍ଟେଶନକୁ ଉଡାଇ ଦେବାକୁ ଧମକ ଦେଇଥିବା ଜଣାପଡିଛି । ରାଜ୍ୟର କପୁରତାଲା ଷ୍ଟେଶନର ଡିଆରଏମଙ୍କୁ ମିଳିଥିବା ଚିଠିରେ ସୁଲ୍ଲତାନପୁର ଲୋଧି, ଲୋହିୟାଂ ଖାସ, ଫିରୋଜପୁର ଉାବନି, ଫଗୱାଡା, ଅମୃତସର ଓ ତରନତାରନ ସମେତ ଆଉ କିଛି ରେଲୱେ ଷ୍ଟେଶନକୁ ଉଡାଇଦେବାକୁ ଧମକ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ଚିଠି ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ଦ୍ୱାରା ଲେଖାଯାଇଛି । ହେଲେ ଏହା ଉପରେ କୌଣସି ତାରିଖ ବା ଦିନ ଲେଖାଯାଇ ନାହିଁ ।

Share